ଘରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ କରିବା ବାଧ୍ୟତାମୁଳକ: ପୂରୁଣା ବିଲ୍ଡିଂରେ ୬ ମାସ ଭିତରେ ସାରିବାକୁ ନିର୍ଦ୍ଦେଶ ଜିଲ୍ଲାମହାନଗର By Nitidin On Dec 18, 2019 Share ନକଲେ ମିଳିବନି ଅକୁପାନ୍ସି ସାର୍ଟିଫିକେଟ୍ ବୁଲିବେ ବିଡିଏ ବିଏମସି ସ୍କ୍ୱାର୍ଡ ନିୟମ ଖିଲାପ କଲେ କାର୍ଯ୍ୟାନୂଷ୍ଠାନ ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୬ ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଘରେ ବର୍ଷା ଜଳ ସଂରକ୍ଷଣ (ରେନ୍ ୱାଟର ହାରଭେଷ୍ଟିଂ) ପ୍ରକଳ୍ପ କାର୍ଯ୍ୟ ସରିବା ଦରକାର। ଏହାସହିତ ଭବିଶ୍ୟତରେ ରାଜଧାନୀରେ ଘର କରିବା ପାଇଁ ସ୍ଥିର କରିଥିବା ଲୋକମାନେ ମଧ୍ୟ ନିଜ ଘରେ ଏହି ପ୍ରକଳ୍ପ କରିବା ବାଧ୍ୟତାମୂଳକ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ଏହି ନିୟମରେ ଖିଲାପ କଲେ ବିଡିଏ ପକ୍ଷରୁ ଦୃଢ କାର୍ଯ୍ୟାନୂଷ୍ଠାନ ନିଆଯିବ ବୋଲି କୁହାଯାଇଥିବା ବେଳେ ଘଟଣାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଡିଏ ବିଏମ୍ସି ସ୍କ୍ୱାର୍ଡ ଏହା ଉପରେ ନଜର ରଖିବେ ବୋଲି ବିଭିଗ ପକ୍ଷରୁ ପ୍ରକାଶ ପାଇଛି। ରାଜଧାନୀରେ ବର୍ଷା ଦିନେ ସବୁଆଡ଼େ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ଜଳକଷ୍ଠ ଉତ୍କଟ ହେଲାଣି। ଦିନକୁ ଦିନ ଭୂତଳଜଳ ସ୍ତର ମଧ୍ୟ କମି କମିଯାଉଛି ବୋଲି ଅନେକ ସମୟରେ ରିପୋର୍ଟ ପ୍ରକାଶ ପାଉଛି। ଏହି ସବୁ ଦିଗକୁ ଅନୁଧ୍ୟାନ କରିବା ପରେ ଜଳ ସଂରକ୍ଷଣର ଗରୁତ୍ୱ ବଢ଼ିଯାଇଛି। ଏଥିପାଇଁ ଗତ କିଛି ବର୍ଷ ହେବ ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏଥିପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇଦେଇ ଆସୁଥିଲେ। ମାତ୍ର ଲୋକମାନଙ୍କର ଏଥିପ୍ରତି ଆନ୍ତରିକତା ଦେଖାଯାଢ଼ଉନଥିବା ସହ ଜଳର ଅପଚୟ କରାଯାଉଛି। ତେଣୁ ବେଳ ଥାଉଁ ଥାଉଁ ସାବଧାନ ନହେଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରି ବିଡିଏ ଏହି କଡ଼ା ପଦକ୍ଷପ ନେଇଛି। ଯାହାଦ୍ୱ।।ର ଲୋକମାନେ ଘର ନିର୍ମାଣ ସମୟରୁ ହିଁ ଏହି କାମ କରିବା ପାଇଁ ଚିନ୍ତା କରିବେ। ବିଭିଗ ପକ୍ଷରୁ କୁହାଯାଇଛି ଯେ ସର୍ବନିମ୍ନ ୩୦୦ ସ୍କ୍ୱୟାର ମିଟର ଜାଗାରେ ନିର୍ମାଣ ହୋଇଥିବା ଘରଗୁଡ଼ିକ ଏହି ରେନ୍ ୱାଟର ହାରର୍ଭେଷ୍ଟିଂ ପ୍ରକଳ୍ପ କରିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ନୂଆଘର କରିବା ପାଇଁ ଯେଉଁମାନେ ଯୋଜନା କରୁଛନ୍ତି ସେମାନେ ଘର ପ୍ଲାନରେ ଏହି ରେନ୍ ୱାଟର ହାରଭେଷ୍ଟିଂ ପାଇଁ ବ୍ୟବସ୍ଥା କରିବା ଦରକାର। ନଚେତ ଘର ପ୍ଲାନ ଆପ୍ରୁଭାଲ କରାଯିବ ନାହିଁ। ସେହିପରି ଯଦି କେହି ପ୍ଲାନ୍ ଆପ୍ରୁଭାଲ ଏହି ନିର୍ମାଣ କରିବା ପାଇଁ ଦର୍ଶାଇ ପରବର୍ତ୍ତି ସମୟରେ ଏହାକୁ ନିର୍ମାଣ ନକରନ୍ତି ତାହେଲେ ତାଙ୍କୁ ଅକୁପାନ୍ସି ସାର୍ଟିଫିକେଟ୍ ପ୍ରଦାନ କରାଯିବ ନାହିଁ ବୋଲି ବିଡିଏ ସୂଚନା ଦେଇଛି। ଅନ୍ୟପକ୍ଷରେ ବର୍ଷାଦିନେ ସବୁଠାରୁ ଜଟିଳ ସ୍ଥିତି ଉପୁଜୁଥିବା ଇସ୍କନ ମନ୍ଦିର ପାଖ ଅଞ୍ଚଳ ଓ ନୟାପଲ୍ଲୀରେ ଏହି ନିର୍ମାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବିଡିଏ ପ୍ଲାନିଙ୍ଗ୍ ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନର ଅନୁଛେଦ ୩୦୨ ଓ ଓଡ଼ିଶା ମ୍ୟୁନସିପାଲ୍ କର୍ପୋରେସନ୍ ଆକ୍ଟ ୨୦୦୩କୁ ଆଧାର କରି ଏହି ନିୟମ କରାଯାଇଥିବା ବେଳେ ସହରର ସବୁ ବିଲ୍ଡିଂ ମାଲିକଙ୍କ ସମେତ ସାମାଜିକ ସଂଗଠନ, ସରକାରୀ ସଂସ୍ଥା, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଆଦିରେ ଆସନ୍ତା ୬ ମାସ ମଧ୍ୟରେ ଏହି ପ୍ରକଳ୍ପକୁ ନିର୍ମାଣ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟସୀମା ପାର ହେବା ପରେ ବିଡିଏ ବିଏମ୍ସିର ମିଳିତ ଟିମ୍ ବିଭିନ୍ନ ଅଞ୍ଛଳ ଗସ୍ତ କରିବା ଅଚାନକ ଗସ୍ତ କରି ଲୋକଙ୍କ ଘର ମଧ୍ୟ ଚେକ୍ କରିବ। ଯଦି ଏହି ସମୟରେ ନିୟମ ଉଲ୍ଲଙ୍ଘନ କରି କେହି ଏହି ନିର୍ମାଣ ନକରିଥିବେ ତେବେ ତାଙ୍କ ବିରୋଧରେ ଓଡ଼ିଶା ଉନ୍ନୟନ ଅଥରିଟି ଆକ୍ଟ ୧୯୮୨ ବଳରେ କାର୍ଯ୍ୟନୂଷ୍ଠାନ ନିଆଯିବ। Share