ଜଳମଗ୍ନ ରାଜଧାନୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଏନସିଆର କ୍ଷେତ୍ରରେ ଆଜି ସକାଳୁ ବର୍ଷା ଜାରି ରହିଛି । ନ୍ୟୁନତମ ତାପମାତ୍ରା ମଧ୍ୟ ୨୫ ଡିଗ୍ରୀ ସେଲସିୟସ ହୋଇଯାଇଛି । କିନ୍ତୁ ବର୍ଷା ଯୋଗୁ ଦିଲ୍ଲୀ ସଡ଼କ ନାଳରେ ପରିବର୍ତ୍ତନ ହୋଇଯାଇଛି । ଗାଡ଼ି ମଝି ରାସ୍ତାରେ ଛିଡ଼ା ହୋଇଥିବାରୁ ପ୍ରବଳ ଭିଡ଼ ଜମିଯାଇଛି । ଅନ୍ୟପଟେ ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ମିଣ୍ଟୋ ବ୍ରିଜ ଅଣ୍ଡରପାସରେ ଯାତାୟତ ରୋକି ଦେଇଛି । ପୁଲିସ ଉଭୟ ପଟ ବେରିକେଡିଂ କରିଦେଇଛି ।

ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ସକାଳ ୮ଟାରୁ ଦ୍ୱିପ୍ରହର ୨ଟା ୩୦ ପର୍ଯ୍ୟନ୍ତ ୯୦ରୁ ୧୧୦ ଏମଏମ ପର୍ଯ୍ୟନ୍ତ ବର୍ଷା ହୋଇଛି । ଜୁଲାଇ ୧୦ ପର୍ଯ୍ୟନ୍ତ ଦିଲ୍ଲୀ ଆଖପାଖ ଅଞ୍ଚଳ ଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ବର୍ଷାର ତୀବ୍ରତା ଅଧିକ ରହିବ ।