ଆସନ୍ତା ୨୪ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତା ୨୪ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ୨୪ଘଣ୍ଟା ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତ ରୂପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମରେ ମୁହାଁଇବା ସହିତ ଘନୀଭୂତ ହୋଇ ୧୧ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଏହାର ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟଦେଇ ଅତିକ୍ରମ କରିବ। ତେବେ ୧୧ତାରିଖଠାରୁ ବର୍ଷାର ପ୍ରକୋପ ବଢ଼ିବ। ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ମାଲକାନଗିରି, କନ୍ଧମାଳ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।