ଦିଲ୍ଲୀରେ ୧୨ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭାରି ବର୍ଷା ଯୋଗୁ ମିଣ୍ଟୋ ରୋଡ ରେଲୱେ ଅଣ୍ଡରପାସ ସମେତ ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି। କହିବାକୁ ଗଲେ, ୨୪ ଘଣ୍ଟାରେ ଗୋଟିଏ ମାସର ବର୍ଷା ହୋଇଛି ଯାହାକି ୧୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟାରେ ୧୧୨.୧ ମିଲିମିଟର ବର୍ଷା ରେକର୍ଡ କରିଛି।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବରରେ ୧୨୫.୧ ମିମି ବର୍ଷା ହୋଇଥାଏ। ଏହାର ଅର୍ଥ ଦିଲ୍ଲୀରେ ସେପ୍ଟେମ୍ବର ମାସର ପ୍ରଥମ ଦିନରେ ପୁରା ମାସର ୯୦ ପ୍ରତିଶତ ବର୍ଷା ହୋଇଯାଇଛି।