ଅଗ୍ନିପଥ ଯୋଜନା ଘୋଷଣା: ୨୫୯.୪୪ କୋଟି କ୍ଷତି ସହିଛି ରେଳ ବିଭାଗ

ନୂଆଦିଲ୍ଲୀ,ଏଜେନ୍ସି: ଅଗ୍ନିପଥ ଯୋଜନା ଘୋଷଣା ପରେ ଦେଶରେ ଦେଖା ଦେଇଥିଲା ଉତ୍ତେଜନା । ଏହାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ରେଲଓ୍ବେ ଷ୍ଟେସନ ଗୁଡିକରେ ଆନ୍ଦୋଳନ କରିଥିଲେ ଆନ୍ଦୋଳନକାରୀ । ଟ୍ରେନରେ ନିଆଁ ଲଗାଇ ଦେଶରେ ଆନ୍ଦୋଳନକୁ ତିବ୍ରତର କରିଥିଲେ। ଫଳରେ ଅନେକ କ୍ଷତି ସହିଥିଲା ଭାରତୀୟ ରେଳ ବିଭାଗ । ଏହି ଆନ୍ଦୋଳନ ଯୋଗୁଁ ରେଳବାଇ ୨୫୯.୪୪ କୋଟି ଟଙ୍କା କ୍ଷତି ସହିଛି । ଏନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଅଗ୍ନିପଥ ଯୋଜନା ପରେ ଲୋକେ ଆନ୍ଦୋଳନ କରିବାରୁ ରେଳ ସେବା ବ୍ୟାଘାତ ହୋଇଥିଲା । ଫଳରେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିଲା । କିନ୍ତୁ କେତେ ଟଙ୍କା ଫେରସ୍ତ ହୋଇଛି ସେନେଇ ଡାଟା ରେକର୍ଡ କରାଯାଇନାହିଁ । ୧୪ରୁ ୩୦ ମଧ୍ୟରେ ରେଳ ସେବା ବ୍ୟାଘାତ ହେବାରୁ ପ୍ରାୟ ୧୦୨.୯୬ କୋଟି ଟଙ୍କା ଫେରସ୍ତ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ,” ଭାରତର ସମ୍ବିଧାନର ସପ୍ତମ ସୂଚୀ ଅନୁଯାୟୀ ‘ପୋଲିସ୍’ ଏବଂ ‘ପବ୍ଲିକ୍ ଅର୍ଡର’ ହେଉଛି ରାଜ୍ୟର ବିଷୟ । ତେଣୁ ରାଜ୍ୟ ସରକାର ଆଇନ ପ୍ରଣୟନକାରୀ ସଂସ୍ଥା ମାଧ୍ୟମରେ ରେଳବାଇରେ ଆଇନ ଶୃଙ୍ଖଳା ରକ୍ଷା , ଅପରାଧ ରୋକିବା, ଏହାର କାରଣ ଅନୁସନ୍ଧାନ କରିବା ଓ ପଞ୍ଜିକରଣ କରିବା ଆବଶ୍ୟତକତା ରହିଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ଦାୟୀ” ।

ମନ୍ତ୍ରୀ ଆହୁରି ମଧ୍ୟ ରାଜ୍ୟସଭାକୁ କହିଛନ୍ତି, ”ରେଳବାଇ ସୁରକ୍ଷା ବଳ ରେଲୱେ ସମ୍ପତ୍ତି । ଯାତ୍ରୀଙ୍କୁ ଉନ୍ନତ ସୁରକ୍ଷା ଯୋଗାଇବା ତଥା ଏହା ସହ ଜଡିତ ବିଷୟ ପାଇଁ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌), ଜିଆର୍‌ପି/ ଜିଲ୍ଲା ପୋଲିସର ଉଦ୍ୟମ ପ୍ରଶଂସନୀୟ । ରେଳ ସମ୍ପତ୍ତି ସମେତ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ଜିଆରପି ରାଜ୍ୟ ପୋଲିସ ଆଇପିସି ଏବଂ ରେଳ ଅଧିନିୟମ ଅନୁଯାୟୀ ଅନୁସନ୍ଧାନ କରିଥାଏ ।