୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ସାଙ୍ଘାତିକ ହେଉଛି କରୋନା ସ୍ଥିତି। ଧୀରେ ଧୀରେ କରୋନା ସ୍ଥିତି ଅଣାୟତ୍ତ ହେଲାଣି। ଏହାରି ଭିତରେ ରେଳ ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କରିଛି ରେଳ ମନ୍ତ୍ରଣାଳୟ।

ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। କରୋନା ସ୍ଥିତିର ମୁକାବିଲା ପାଇଁ ରେଳଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କରାଯାଇଛି। ଆଇସୋଲେସନ କୋଚରେ ୬୪ ହଜାର ବେଡର ମଧ୍ୟ ବ୍ୟବସ୍ଥା ଥିବା ଜଣାପଡିଛି। ଦେଶରେ କୋଭିଡ ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।