ବାହାନଗା ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା

ବାହାନଗା,ଏନ୍‌ଏନ୍‌ଏସ୍‌: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାହାନଗା ଗସ୍ତ କରିଛନ୍ତି । ଏହି ଅବସରରେ ଦୁର୍ଘଟଣାରେ ସାହଯ୍ୟ କରିଥିବା ଲୋକଙ୍କୁ ରେଳମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବାହାନଗାର ବିକାଶ ପାଇଁ କିଛି ଅନୁଦାନ ଘୋଷଣା କରିଛନ୍ତି । ବାହାନଗା ଅଞ୍ଚଳର ବିକାଶ ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଏବଂ ବାହାନଗା ମେଡିକାଲର ଉନ୍ନତି ପାଇଁ ରେଲୱେ ପାଣ୍ଠିରୁ ୧ କୋଟି ଟଙ୍କା ଅନୁଦାନ ଦେବା ନେଇ ଶ୍ରୀ ବୈଷ୍ଣବ କହିଛନ୍ତି ।