ନୂଆଦିଲ୍ଲୀ: ରେଳଯାତ୍ରା ସମୟରେ ଲୋକଙ୍କୁ ପୁଣିଥରେ କରୋନା ନିୟମ ପାଳନ କରିବାକୁ ପଡ଼ିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳଯାତ୍ରା ସମୟରେ ଯାତ୍ରୀଙ୍କ ଲାଗି ମାସ୍କ ଲଗାଇବାକୁ ରେଲୱେ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ରେଲୱେ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ନୀରଜ ଶର୍ମା ସବୁ ଜୋନର ଚିଫ କମର୍ସିଆଲ ମ୍ୟାନେଜରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଯାତ୍ରୀ ବିନା ମାସ୍କରେ ଯାତ୍ରା କରନ୍ତି ତେବେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରେଲୱେ ଷ୍ଟାଫଙ୍କୁ ମଧ୍ୟ ମାସ୍କ ଲଗାଇବା ପାଇଁ କୁହାଯାଇଛି । ଏନେଇ ସଚେତନ ଅଭିଯାନ ମଧ୍ୟ ଆୟୋଜନ କରାଯିବ ।