ରେଲୱେ ଜମିର ତଦାରଖ ହେବ, ଗଠନ ହେବ ‘ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସ’

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସହଜ ଏବଂ ବ୍ୟବସ୍ଥିତ ଭାବେ ଜମି ରେକର୍ଡଗୁଡ଼ିକୁ ବ୍ୟବସ୍ଥିତ କରାଇବା ଏବଂ ଏହାର ପରିସୀମା ଅଧୀନ ମଧ୍ୟରେ ଥିବା ଜମିଗୁଡ଼ିକର ରେକର୍ଡକୁ ସୁଦୃଢ଼ କରାଇବା ପାଇଁ ପୂର୍ବତଟ ରେଳପଥ ଏକ ‘ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସ’ ଗଠନ କରିଛି । ପୂର୍ବତଟ ରେଳପଥ ଅଧୀନରେ ଏବଂ ଏହାର ଅଧିକାର କ୍ଷେତ୍ରରେ ଥିବା ଜମି ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ମୁଖ୍ୟ ଇଞ୍ଜିନିୟରଙ୍କ (ସାଧାରଣ) ଅଧ୍ୟକ୍ଷତାରେ ରେଳପଥର ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସ ଗଠନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସମସ୍ତ ତିନୋଟି ବିଭାଗର ଇଷ୍ଟେଟ୍ ଅଧିକାରୀ, ଯଥା ଖୋର୍ଦ୍ଧା ରୋଡ୍‌, ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ସହିତ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଏବଂ ଉପମହାପ୍ରବନ୍ଧକ (ସାଧାରଣ) ଏହି ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସର ସଦସ୍ୟ ଭାବେ ରହିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି ।

ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ଆସନ୍ତା ୨୦୧୧ ମାର୍ଚ୍ଚ ମାସ ସୁଦ୍ଧା ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ କହିଛନ୍ତି । ଏହି ଟାସ୍କଫୋର୍ସର ଉଦ୍ଦେଶ୍ୟ ହେଉଛି ମୋଟ ଜମିର ତାଲିକା ପ୍ରସ୍ତୁତ କରିବେ ।