ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ ଭାରତ ସରକାରଙ୍କୁ ସହାୟତାର ହାତ ବଢ଼ାଇଛି ଭାରତୀୟ ରେଳବାଇ। ରେଳବାଇ ଟ୍ରେନରେ ଥିବା ସାଧାରଣ ବଗିଗୁଡ଼ିକୁ ଆଇସୋଲେସନ ୱାର୍ଡରେ ରୂପାନ୍ତରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହି ଆଇସୋଲେସନ ବଗି ଗୁଡ଼ିକରେ କରୋନା ସଂକ୍ରମିତ ଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏହା ସହ ଏହି ବଗି ଗୁଡ଼ିକରେ ଆବଶ୍ୟକ ଥିବା ସମସ୍ତ ଔଷଧ ଓ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଯଦି ସରକାର ରେଳବାଇ ଏହି ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରନ୍ତି ତେବେ ପ୍ରତ୍ୟେକ ରେଳବାଇ ଜୋନରେ ପ୍ରତି ସପ୍ତାହ ମଧ୍ୟରେ ୧୦ଟି ବଗିକୁ ଆଇସୋଲେସନ ପାଇଁ ପ୍ରସ୍ତୁତ କରାଯିବ । ଏହା ଦ୍ୱାରା ଦୂରଦୂରାନ୍ତ ଅଞ୍ଚଳ ତଥା ଗ୍ରାମାଞ୍ଚଳର ଲୋକମାନଙ୍କୁ ସାହାୟତା ମିଳିପାରିବ ।