କେନ୍ଦୁଝରରେ ରେଲୱେ ରନିଂ ରୁମ କାର୍ମଚାରୀଙ୍କ ଧର୍ମଘଟ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଠାରେ ରେଲୱେ ରନିଂ ରୁମ କାର୍ମଚାରୀମାନେ କେନ୍ଦୁଝର ମୁଖ୍ୟ ରେଲୱେ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟରେ ବସିଛନ୍ତି। ଧର୍ମଘଟରେ ସାମିଲ ହୋଇଛି ଭାରତୀୟ ମଜଦୁର ସଙ୍ଘ। ଦୀର୍ଘ ୧୦ ବର୍ଷ ଧରି ୩୨ ଜଣ ଠିକା ଶ୍ରମିକ ଦୈନିକ ମାତ୍ର ୧୭୦ ଟଙ୍କା ପାରିଶ୍ରମିକରେ ରନିଂ ରୁମରେ କାର୍ଯ୍ୟ କରୁଥିଲେ। ତେବେ ସମ୍ପୃକ୍ତ ଠିକାଦାର ବିନା ନୋଟିସରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଥିବା ହେତୁ ଆଜିଠାରୁ ଉକ୍ତ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟରେ ବସିଛନ୍ତି।

ସେମାନେ କରିଥିବା ଦାବି ମଧ୍ୟରେ ତୁରନ୍ତ ସେମାନଙ୍କୁ କାର୍ଯ୍ୟରେ ପୁନଃ ନିଯୁକ୍ତି ପ୍ରଦାନ, କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପ୍ରଦାନ, ପରିଚୟପତ୍ର ପ୍ରଦାନ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକାରୀ କରିବା ପ୍ରଭୃତି ଦାବି ହୋଇଛି। ଯେତେ ପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇନଥିବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରନିଂ ରୁମ କର୍ମଚାରୀ ସଂଘ ଓ ଭାରତୀୟ ମଜଦୂର ସଙ୍ଘର ନେତାମାନେ ପ୍ରକାଶ କରିଛନ୍ତି।