ପାର୍ବଣ ଦିନରେ ରେଳ କର୍ମଚାରୀଙ୍କୁ ସରକାରଙ୍କ ଭେଟି ଘୋଷଣା ହେଲା ୭୮ ଦିନର ବୋନସ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍ : ପାର୍ବଣ ଋତୁ ଆରମ୍ଭରେ ରେଳବାଇ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈ÷ଠକରେ ଏହି ନିର୍ଣ୍ଣୟ ନିଆଯାଇଛି। ଏହି ବୈ÷ଠକରେ ରେଳବାଇ କର୍ମଚାରୀଙ୍କୁ ୭୮ଦିନର ବୋନସ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ଦ୍ୱାରା ୧୧ଲକ୍ଷ ୫୨ହଜାର ରେଲବାଇ କର୍ମଚାରୀ ଲାଭବାନ ହେବେ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲଗାତାର ଷଷ୍ଠ ବର୍ଷ ପାଇଁ ଏଭଳି ନିର୍ଣ୍ଣୟ ନେଇଛନ୍ତି ବିଜେପି ଶାସିତ କେନ୍ଦ୍ର ସରକାର। ଏହି ନିର୍ଣ୍ଣୟ ଦ୍ୱାରା ବଜେଟ୍ ଉପରେ ୨ହଜାର ୨୪କୋଟି ଟଙ୍କାର ପ୍ରଭାବ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଦ୍ୱାରା ରେଳ କର୍ମଚାରୀ ଅଧିକ ପ୍ରୋତ୍ସାହିତ ହୋଇ କାମ କରିବେ। ରେଳବାଇ ଦେଶର ଜୀବନ ରେଖା। ଏହି ଦୃଷ୍ଟିରୁ ମୋଦୀ ସରକାରଙ୍କ ଏହି ନିର୍ଣ୍ଣୟ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ କର କହିଛନ୍ତି।