ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନରେ ୬ଟି ଏକ୍ସପ୍ରେସ ରହଣି ଦାବିରେ ଅମ୍ବାଦଳା ଜନସାଧାରଣ ପକ୍ଷରୁ ରେଳରୋକ କରାଯାଇଛି। ଯାହା ଫଳରେ ଆଜି ଦୀର୍ଘ ସମୟ ଧରି ମୁନିଗୁଡା ଷ୍ଟେଷନରେ ଅଟକି ରହିଥିଲା ଭୁବନେଶ୍ୱର ଜୁନାଗଡ ଏକ୍ସପ୍ରେସ୍, ସିଙ୍ଗାପୁରରେ ଟାଟା ୟୋସବନ୍ତପୁର ଓ ଟିଟିଲାଗଡ ଠାରେ ତପସ୍ବୀନି ଏକ୍ସପ୍ରେସ୍। କାରୋନା ପୂର୍ବରୁ ଆମ୍ବାଦୋଳା ଷ୍ଟେସନରେ ଏହି ଟ୍ରେନ ରହୁଥିବା ବେଳେ କରୋନା କଟକଣା ବେଳେ ଏହି ଏକ୍ସସ୍ପ୍ରେସ୍ ଟ୍ରେନ୍ ସବୁର ରହଣି ବାତିଲ କରାଯାଇଥିଲା। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏହି ଟ୍ରେନ୍ ସବୁ ଅମ୍ବାଦଳା ଷ୍ଟେସନରେ ରହୁ ନଥିବାରୁ ପ୍ରତିବାଦରେ ରେଳ ରୋକ କରାଯାଇଛି।
ଏହି ରେଳ ଷ୍ଟେସନ ଉପରେ ରାୟଗଡା ଜିଲ୍ଲା ସମେତ କଳାହାଣ୍ଡି ଓ କନ୍ଧମାଳର ଜିଲ୍ଲର ୧୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରିଥାନ୍ତି। ତେବେ ଘଟଣାସ୍ଥଳକୁ ରେଳ ବିଭାଗର ଅଧିକରୀ ଆସି ବୁଝାସୁଝା କରିବାପରେ ରେଳ ରୋକ ହଟିଥିଲା। ସେହିଭଳି ଆଜି ଥେରୁବାଲି ମିଳିତ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗର ଇଷ୍ଟ୍କୋଷ୍ଟ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଥେରୁବାଲି ଷ୍ଟେସନ ମାଷ୍ଟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଏଥିରେ ଉଲ୍ଲେଖ ଅଛି କି ଆଗାମୀ ୧୮ ଜୁନ୍ ସୁଦ୍ଧା ଥେରୁବାଲି ଠାରେ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍ ନରୁହେ ତାହା ହେଲେ ୧୯ ଜୁନ୍ରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ସମସ୍ତ ମାଲ୍ବାହି ଟ୍ରେନ ସହିତ ଯାତ୍ରୀବାହି ଟ୍ରେନ ଥେରୁବାଲି ଠାରେ ଅଟକାଇ ଦିଆଯିବ। ଏଥିପାଇଁ ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ରେଳ ବିଭାଗ କର୍ତ୍ତୃପକ୍ଷ ଦାୟି ରହିବେ ବୋଲି ମିଳିତ ମଞ୍ଚ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।