ରେଳ ଷ୍ଟେସନରେ କିନ୍ନର ଓ ହକରଙ୍କ ପ୍ରବେଶ ଉପରେ ଲାଗିବ କଟକଣା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ସୁରକ୍ଷା ଓ ଚୋରି ରୋକିବା ପାଇଁ ରେଳ ଷ୍ଟେସନ୍ ଓ ଟ୍ରେନ୍ ମାନଙ୍କରେ ହକର ଓ କିନ୍ନର ମାନଙ୍କ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି । ଗତ ଜୁନ୍ ମାସ ଠାରୁ ଏହି କଟକଣା ଲାଗୁ ହୋଇଥିଲେ କଡ଼ାକଡ଼ି କରାଯାଇ ନଥିଲା । ନଭେମ୍ବର ୧ ତାରିଖ ଠାରୁ ଏହି ନିୟମକୁ କଡ଼ା କରାଯାଇଛି । ହକର ମାନଙ୍କ ବିରାଧରେ ବହୁ ସମୟରେ ଚୋରୀ ରେ ସମ୍ପୃକ୍ତି ଥିବା ଅଭିଯୋଗ ଆସିଥିଲା । ସେହିପରି କିନ୍ନରମାନେ ଯାତ୍ରୀ ମାନଙ୍କୁ ହଇରାଣ କରୁଥିବାର ଅଭିଯୋଗ ମଧ୍ୟ ବହୁ ପୁରୁଣା ।