ରେଳ ବିକାଶ ପାଇଁ ଓଡ଼ିଶାକୁ ୪,୩୭୩ କୋଟି

ଭୁବନେଶ୍ୱର,ଏନ୍ଏନ୍ଏନ୍ : ୨୦୨୦-୨୧ ଆର୍ଥିକ ବର୍ଷରେ ରେଳ ବଜେଟରେ ଓଡ଼ିଶା ପାଇଁ ଆବଣ୍ଟିତ ଅର୍ଥ ରାଶି ପାଇଛି। ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳ ପଥର ମୋଟ ପ୍ରକଳ୍ପ ବ୍ୟୟ ଅଟକଳ ୫,୯୯୩ କୋଟି ଟଙ୍କା ଥିବା ବେଳେ ବଜେଟରେ ୪,୩୭୩କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଛି। ଏବେ ବଜେଟ୍ରେ ସମ୍ବଲପୁର ସ୍ଥିତ ଭୁବନେଶ୍ୱର ଠାରେ ନୂଆ ୱାଗନ୍ ମରାମତି ୱାର୍କସପ୍ ସ୍ଥାପନ ପାଇଁ ୨୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି। ତେଣୁକରି ବଜେଟରେ ବହୁତ ଚର୍ଚ୍ଚିତ ଖୋର୍ଦ୍ଧାରୋଡ୍ – ବଲାଙ୍ଗିର ରେଳ ଲାଇନ ପାଇଁ ୫୨୦ କୋଟି ଟଙ୍କା ମଞ୍ଜୁରି ହୋଇଛି। ଚଳିତ ଆର୍ଥିକ ବର୍ଷ ରେଳ ଲାଇନ୍ ପାଇଁ ୩୫୦ କୋଟି ଟଙ୍କା ଆବଣ୍ଟନ ହୋଇଥିଲା।

ସେହିପରି ଅନୁଗୁଳ – ସୁକିନ୍ଦା ରେଳ ମାର୍ଗ ପାଇଁ ୪୫୦ କୋଟି। ଅନ୍ୟ ପକ୍ଷରେ ବଜେଟରେ ୨୪୧ କି.ମିର ସମ୍ବଲପୁର – ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନ୍ କାର୍ଯ୍ୟକୁ ମଞ୍ଜୁରି ମିଳିଛି। ଏଥିପାଇଁ ୨, ୯୫୭କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲେ ସୁଦ୍ଧା ଏଯାବତ୍ ନୀତି ଆୟୋଗର ଚୂଡ଼ାନ୍ତ ଅନୁମୋଦନ ହୋଇପାରିନାହିଁ। ହରିଦାସପୁର, ପାରାଦୀପ ରେଳମାର୍ଗ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପକୁ ଶେଷ କରିବା ନିମନ୍ତେ ୧୦୦କୋଟି ଟଙ୍କା ଆବଣ୍ଟନ ହୋଇଛି।

ପୂର୍ବତଟ ରେଳପଥକୁ ବାଦ୍ ଦେଲେ ଦକ୍ଷିଣପୂର୍ବ ରେଳାପଥ ଅଧୀନରେ ରାଉରକେଲା, ଝାରସୁଗୁଡ଼ାର ୧୧୦କି.ମି ରେଳମାର୍ଗରେ ନୂଆ ଭାବେ ଦ୍ୱିତୀୟ ଲେନ୍ ନିର୍ମାଣ ପାଇଁ ୧୭୦ କୋଟି ଟଙ୍କା। ସେହିଭଳି ସମ୍ବଲପୁର -ତାଳଚେର୍ , ଟିଟିଲାଗଡ଼ -ରାୟଗଡ଼ା, ସମ୍ବଲପୁର – ଟିଟିଲାଗଡ଼, ଓ ଟିଟିଲାଗଡ଼ – ରାୟପୁର ରେଳ ମାର୍ଗର ଦୋହରିକରଣ ରେଳ ମାର୍ଗ ନିର୍ମାଣ ହେବ ।