ରାଇକିଆ ଓ ନୂଆଗାଁ ବ୍ଲକର ଦୁଇ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଫୁଲବାଣୀ,କ.ନୂଆଗାଁ,ଇନ୍ଦ୍ରଗଡ଼,ରାଇକିଆ,ଏନ୍ଏନ୍ଏସ୍: ରାଇକିଆ ଓ ନୂଆଗାଁ ବ୍ଲକ ଅଞ୍ଚଳର ଦୁଇଜଣ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଜଣେ ସ୍ଥାନୀୟ ୮୦ ବର୍ଷର ବୃଦ୍ଧଙ୍କ ଠାରେ କରୋନା ପଜିଟିଭ୍ ବାହାରିଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୨ ଜଣଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନରେ ରଖାଯିବା ସହ ଇନ୍ଦ୍ରଗଡ ପଞ୍ଚାୟତର ଇନ୍ଦ୍ରଗଡ଼, ତଳ ଇନ୍ଦ୍ରଗଡ଼, ଢେପଗୁଡା, ଲଣ୍ଡାବାଲି, ନୂଆଗାଁ, ବରପାଲି ଓ ତଳପାଲି ଆଦି ୬ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଓ କଳିଆମ୍ବ, ନାଇପେଟା, ରିଷାଭୁଇଁ, ପୁକାସୁଙ୍ଗା, ଗନ୍ଧାରିଭୁୟାଁ ଓ ବିଶିତୋଟା ଆଦି ୬ ଗ୍ରାମକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ଏଭଳିସ୍ଥଳେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ସହିତ ବିଭନ୍ନ ଗ୍ରାମରେ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ବାଡ଼ ପକଯାଇ ଯାତାୟତ ସମ୍ପୂର୍ଣ୍ଣଭାବେ ବନ୍ଦ କରିଦିଆଯାଇଛି ବୋଲି ଇନ୍ଦ୍ରଗଡ଼ ସରପଞ୍ଚ ଦୁନିଆ ମଲିକ ସୂଚନା ଦେଇଛନ୍ତି। । ସେହିଭଳି ରଣବା-ଇନ୍ଦ୍ରଗଡ଼-ରାଇକିଆ ରାସ୍ତାକୁ ମଧ୍ୟ ସିଲ କରାଯାଇଛି।


ସେହିପରି ଆଜି ଚିହ୍ନଟ ହୋଇଥିବା ୩ ପଜିଟିଭଙ୍କ ମଧ୍ୟରୁ ନୂଆଗାଁ ବ୍ଲକ ସାଇନପଡା ପଞ୍ଚାୟତର କିଲୁପଡ଼ା ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ୮ ଜଣଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଛି। ଏଥିସହ ସାଇନପଡ଼ା ପଞ୍ଚାୟତର କୁଲିପଡ଼ା, ସାଇନପଡ଼ା, ଡଉଙ୍ଗିଆ, ଗଣିପଡ଼ା, ତିଲକପଙ୍ଗା, ପେଦରିପଡା, ଗୋଛାପଡ଼ା, କୁଟୁକାପଦର ଓ ସଡ୍ରାକୁଟି ଆଦି ୯ଟି ଗ୍ରାମକୁ କଣ୍ଟେନମେଣ୍ଟ ଓ ବାଲିପଦର, ଜରଙ୍ଗା, ସାରକେଟା, ସିକାସାରୁ, କାଦରମୁଣ୍ଡା, କେଶକୁପୁଡା, ଜଗେରୁସୁଙ୍ଗା, ଦଣ୍ଡାବାଲି, ସପୁକମା, ଦାଲମିଲା, ବିକାଙ୍ଗିଆ, ନାଦମାହା, ଗଡ଼ାଇଯୋଡି ଓ ମୁଣ୍ଡରଗାଁ ଆଦି ୧୪ଟି ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ଆଜି ସମ୍ପୃକ୍ତ ପଞ୍ଚାୟତକୁ କ ନୂଆଗାଁ ବିଡିଓ ମନୋଜ କୁମାର ତ୍ରିପାଠୀ, ତହସିଲଦାର ଶାସାଙ୍କ ଶେଖର ପାତ୍ର, ଥାନା ଅଧିକାରୀ ଶ୍ରୀନିବାସ ସାମଲ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡ.ରାକେଶ କୁମାର ବେହେରା, ସିଡିପିଓ ଦୈପଦୀ କହଁର ଓ ଅନ୍ୟମାନେ ସମ୍ପୃକ୍ତ ଗ୍ରାମଗୁଡ଼ିକୁ ଗସ୍ତକରି ଲୋକଙ୍କୁ ଘରୁ ନବାହାରିବା ପାଇଁ ନିବେଦନ କରିବା ସହିତ କୋଭିଡ୍ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ।