ବ୍ୟାପକ ପରିମାଣର ବିଷ୍ପୋରକ ଜବତ

ରାୟଗଡ଼ା ,ଏନ୍ଏନ୍ଏସ୍ : ମଙ୍ଗଳବାର  ଗୁଣପୁର ପୁଲିସର ଅଚାନକ ଚଢ଼ାଉ ସମୟରେ ସମ୍ୟାସୀପୁର ଅଚଂଳରୁ ବ୍ୟାପକ ବିଷ୍ପୋରକ ଜବତ ହୋଇଛି । କୁହାଯାଉଛି ଏହି ବିଷ୍ପୋରକ ନିକଟରେ ଥିବା ଏକ ପଥର କ୍ୱାରୀରେ ବ୍ୟବହାର କରିବା ପାଇଁ ରଖାଯାଇଥିଲା । ତେବେ ରାୟଗଡ଼ା ଜିଲ୍ଲା ଏକ ନକ୍ସଲ ପ୍ରଭାବିତ ଜିଲ୍ଲା ହୋଇଥିବା ଏତେ ମାତ୍ରାରେ ବିଷ୍ପୋରକ ବେଆଇନ ଭାବେ ରଖିବା ସହଜରେ ଗ୍ରହଣ କରିପାରୁ ନାହିଁ ପୁଲିସ । ଏହି ବେଆଇନ ବିଷ୍ପୋରକ ରଖିବା ମାମଲାରେ ପୁଲିସ ପଦ୍ମପୁର ଅଚଂଳର ଜୟପ୍ରକାଶ ଚୈଧୁରୀ ଏବଂ ଆନ୍ଧ୍ରର ଏମ୍.ଶିବକୁମାର ଓ ଜେ.ଶ୍ରୀନୁଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ୭୦ଟି ଡ଼ିଟୋନେଟର ଏବଂ ୧୬୦ଟି ବଡ଼ ବୁଷ୍ଟର ସହିତ ଗୋଟିଏ କଟର ମେସିନ ଜବତ କରିଛି । ତେବେ ଏନେଇ ପୁଲିମ ପକ୍ଷରୁ ଏଯାଏଁ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ ।