୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜେଇ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସଦର ବ୍ଲକର ଜେଇ(ଜିପିଟିଏ) ପ୍ରମୋଦ କୁମାର ପଣ୍ଡା ଜଣେ ଠିକାଦାରଙ୍କଠାରୁ ବିଲ କରେଇଦେବା ବାବଦକୁ ୬ ହାଜର ଟଙ୍କା ଏବଂ ଅନ୍ୟ ଏକ ନୂତନଠିକା କାମ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ କେନ୍ଦୁଝର ଭିଜିଲାନ୍ସ ଟିମ୍ ରେଡ କରି ନଗଦ ୧୧ ହଜାର ଟଙ୍କା ତାଙ୍କ କାର୍ଯ୍ୟାଳୟରୁ ଜବତ କରିଛି। ତେବେ ପ୍ରମୋଦ ପଣ୍ଡା ବରଦାପାଳ, କାଉଁରୀକଳା ଓ ରାଇକଳା ପଞ୍ଚାୟତର ଜେଇ ଦାୟିତ୍ୱରେ ଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ତାଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ଉ କରିଥିବା ଜଣାପଡ଼ିଛି।