ଆୟବହିର୍ଭୂତ ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ

ଢ଼େଙ୍କାନାଳ,ଏନ୍ଏନ୍ଏସ୍: ଢ଼େଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ଉ କରାଯାଇଛି। ଆୟ ବର୍ହିଭୂତ ଠୁଳ ଅଭିଯୋଗରେ ଶୁକ୍ରୁଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି।

ଏହି ପରିପ୍ରେକ୍ଷୀରେ ସଂସ୍କୃତି ଅଧିକାରୀଙ୍କ ଢ଼େଙ୍କାନଳ ଅଫିସ, ବାସଭବନ, ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ବାସଭବନ, ଗଡ଼ମହାବୀର ସ୍ଥିତ କମ୍ପ୍ୟୁଟର ସେଣ୍ଟର, ବ୍ରହ୍ମପୁରର ପୈତୃକ ଘର ଉପରେ ଚଢ଼ଉ କରାଯାଇଛି।