ଆନ୍ତରାଜ୍ୟ ଅବକାରୀ ବିଭାଗ ଓ ପୁଲିସର ଚଢ଼ଉ: ବ୍ୟାପକ ପରିମାଣର ପୋଚ ନଷ୍ଟ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ସେଶଖାଲ ଥାନା ଅଞ୍ଚଳରେ ଅନ୍ତରାଜ୍ୟ ଅବକାରୀ ଚଢ଼ଉ ଜୋରଦାର କରାଯାଇଛି। ଏହି ସମୟରେ ବିପୁଳ ପରିମାଣ ଦେଶୀ ମଦ, ମହୁଲ ପୋଚ ଓ ବିଦେଶୀ ମଦ ଅବକାରୀ ଟିମ୍ ନଷ୍ଟ କରିଛି। ପଡ଼ୋଶୀ ରାଜ୍ୟ ଅନ୍ଧ୍ର ଭିଜୟନଗରମ ଜଲ୍ଲା ସହକାରୀ ଅବକାରୀ ଅୟୁକ୍ତ ଏସଭିଭି ଏନ ବାପୁଜି ରାଓ ଓ ପାର୍ବତୀପୁରମ ଜିଲ୍ଲା ଅବକାରୀ ଅଧିକ୍ଷକ କେଭିଆର ଶୁବା ରାଓଙ୍କ ନେତୃତ୍ୱରେ ଆନ୍ଧ୍ର ଅବକାରୀ ଦଳ ଓ ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକ ଡିପି ବେହେରାଙ୍କ ନେତୃତ୍ୱରେ ସୀମାନ୍ତ ସାନ୍ଧୁବାଡ଼ି, ରେଙ୍ଗଲପାଡୁ ଓ ଆନ୍ଧ୍ରର ଲକ୍ଷ୍ମିପୁର ଥାନା ଅନ୍ତର୍ଗତ ଲାଡ୍ଡା ସ୍ଥିତ ଜଙ୍ଗଲରେ ମିଳିତ ଅବକାରୀ ଚଢ଼ଉ କରାଯଇଥିଲା।

ଏଥିରେ ଓଡ଼ିଶା ସୀମାନ୍ତ ଅନ୍ତର୍ଗତ ସାନ୍ଧୁବାଡି ଓ ରେଙ୍ଗାଲପାଡୁ ଅଞ୍ଚଳରୁ ଦେଶୀମଦ ୯୪୫ଲିଟର ନଷ୍ଟ କରିଥିବାବେଳେ ମହୁଲ ପୋଚ ୧୪୧୦୦ ଲିଟର, ୧୦ ପେଟି ବିଦେଶୀ ମଦ, ୧୪ ପେଟି ବିୟର ସମେତ ୧ ହଜାର କିଲୋଗ୍ରାମ ମହୁଲ ଫୁଲ ଓ ୨୦୦ କେଜି ଆମୋନିଆ ନଷ୍ଟ କରିଛନ୍ତି। ସେହିପରି ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଲାଡ୍ଡା ନିକଟ ଜଙ୍ଗଲରୁ ୩୫୬ ଲିଟର ପ୍ରସ୍ତୁତ ଦେଶୀମଦ, ୧୫୦୦ ମହୁଲ ପୋଚ ନଷ୍ଟ କରିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ମୋଟରସାଇକେଲ ଜବତ କରିଛି। ଉକ୍ତ ବାଇକଟି ନିର୍ବାହୀ ମାଜିଷ୍ଟ୍ରେଟ ସୁନୀଲ ଖୋରାଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ଜବତ କରିଥିବା ଜଣାଯାଇଛି।