ଡ୍ୟାନ୍ସ ବାର ଉପରେ ଚଢଉ, ୫ ଯୁବତୀ ଅଟକ

ଭୁବନେଶ୍ୱର,୨୫।୮/ଏନ୍ଏନ୍ଏସ୍: ଶନିବାର ବିଳମ୍ବିତ ରାତିରେ କଳ୍ପନା ଛକ ନିକଟରେ ଥିବା ‘ସେଲଫି’ ଡ୍ୟାନ୍ସବାରରେ ପୁଲିସ ଚଢଉ କରିଛି । ଚଢଉ ବେଳେ ପୁଲିସ ୫ଜଣ ଯୁବତୀ ସହ ବାର ମ୍ୟାନେଜରଙ୍କୁ ହେପାଜତକୁ ନେଇଛି । ଏଥିସହିତ ମ୍ୟୁଜିକ ସିଷ୍ଟମକୁ ଜବତ କରିଛି । ବେଆଇନ ଭାବେ ଚାଲୁଥିବାରୁ ପୁଲିସ ଉକ୍ତ ବାର ଉପରେ ଚଢଉ କରିଥିଲା ।

ସୂଚନା ଅନୁସାରେ, କିଛିଦିନ କଳ୍ପନା ଛକ ନିକଟସ୍ଥ ହୋଟେଲଏ ପୁଷ୍ପକ ପଛପଟେ ଥିବା ସେଲଫି ବାରରେ ବେଆଇନ ଭାବେ ଯୁବତୀଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଥିଲା । ପୁଲିସ ଉକ୍ତ ବାର ଉପରେ ନଜର ରଖିଥିଲା । ଶନିବାର ରାତି ପ୍ରାୟ ସାଢେ ୧୨ଟା ବେଳେ ସେଠାରେ ଡ୍ୟାନ୍ସବାର ଚାଲିଥିବା ଖବରପାଇ ଲକ୍ଷ୍ମୀସାଗର ପୁଲିସ ଅତିର୍କିିତ ଭାବେ ସେଠାରେ ଚଢଉ କରିଥିଲା । ଚଢଉ ବେଳେ ପୁଲିସ ମ୍ୟୁଜିକ ସେଟ ଜବତ କରିବା ସହ ନିୟୋଜିତ ୫ଜଣ ଯୁବତୀ ମ୍ୟାନେଜରଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।