ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସିଡିପିଓଙ୍କ ବାସଭବନରେ ଚଢ଼ଉ

ବରଗଡ଼,ଏନ୍ଏନ୍ଏସ୍: ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ବରଗଡ଼ସ୍ଥିତ ବାସଭବନରେ ଗୁରୁବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

ଗୁରୁବାର ସକାଳେ ଭିଜିଲାନ୍ସ ବିଭାଗ ସିଡିପିଓ ଲେଙ୍କାଙ୍କ ବରଗଡ଼ ପ୍ରଧାନପାଲି ସ୍ଥିତ ବାସଭବନ ସହ ଭଉଣୀ ଘର, କାଳୀମନ୍ଦିର ନିକଟ ବାସଭବନ, ବରପାଲି ଅଫିସ ଏବଂ ବ୍ରହ୍ମଚାରୀରେ ଥିବା ବାପ ଘରେ ଚଢ଼ଉ କରିଥିଲେ। ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାଏକଙ୍କ ନେତୃତ୍ୱରେ ଡିଏସପି ପରମେଶ୍ୱର କିଶାନ, ଇନସପେକ୍ଟର ପ୍ରଦୀପ କୁମାର ଆଇନ, ସୁଧାଂଶୁ ଶେଖର ପୂଜାରୀ, ଅଭୟ କୁମାର ପ୍ରଧାନ, ପୁନିତାପ୍ରଭା ବାଗେ, ତପସ୍ୱୀନି ସେଠ ପ୍ରମୁଖ ସାମିଲ ଅଛନ୍ତି।

ଚଢ଼ଉ ସମୟରେ ବ୍ୟାପକ ପରିମାଣରେ ବେଆଇନ ସମ୍ପତ୍ତିର ସୂଚନା ମିଳିବା ସହ ଶେଷରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।