ଅବକାରୀ ବିଭାଗର ଚଢ଼ଉ ବିପୁଳ ପରିମାଣର ମହୁଲି ମଦ ଜବତ, ୨ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ବୁଧବାର ପାଟଣା ଓ ଘଟଗାଁ ଅଞ୍ଚଳର କର୍ମଚାରୀଙ୍କ ଦ୍ଵାରା ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ପାଟଣା ଥାନା ଅଞ୍ଚଳର ରାଇଡିହା, କେଶଡିହା, ଚୁନୁସାହି ଆଦି ଗ୍ରାମରେ ଚଢ଼ଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ମଦରନ୍ଧା ସରଞ୍ଜମ ଜବତ କରିବା ସହ ଦୁଇ ଜଣଙ୍କୁ ୫୨(କ) ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

ଲକଡାଉନ ସମୟରେ ସରକାରୀ ମଦ ଦୋକନ ବନ୍ଦ ଥିବାରୁ କିଛି ଅସାମାଜିକ ବ୍ୟକ୍ତି ଚୋରା ମଦ କରାବାରରେ ଲିପ୍ତଥିଲେ। ପାଟଣା ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ଗିରଫ ବ୍ୟକ୍ତି ହେଲେ କେଶଡ଼ିହା ଗ୍ରାମର ମେଘରାଇ ମାଝୀ(୩୫) ଓ ରାଇଡିହା ଗ୍ରାମର ଭୀମସେନ ମୁଣ୍ଡା(୨୫) ଏମାନଙ୍କଠାରୁ ୧୦୩ ଲିଟର ମହୁଲି ମଦ ଜବତ କରିବା ସହିତ ୧୩୪୦ କେଜି ମହୁଲ ପୋଚ ନଷ୍ଟ କରିଛି। ଏହି ଚଢ଼ଉରେ ପାଟଣା ଓ ଘଟଗାଁର ଅବକାରୀ କର୍ମଚାରୀ ସାମିଲ ଥିଲେ।