ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ସିପି ଛକ ସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ସୁଚନା ପାଇ୍ଁ ସଦର ଥାନା ପୁଲିସ ଚଢାଉ କରିଥିଲା। ଚଢାଉ ସମୟରେ ୬ପୁଅ ଓ ୬ଝିଅ ଉଲଗ୍ନ ଅବସ୍ଥାରେ ଥିବା ସମୟରେ ପୁଲିସ ସେମାନଙ୍କୁ ଗିରପଂ କରିଥିଲା। ଏଥି ସହିତ ୬ଜଣ ଯୁବକଙ୍କ ୬ଟି ବାଇକ କୁ ପୁଲିସ ଜବତ କରିଥିବା ଜଣା ଯାଇଛି। ଗିରପଂ ୬ଯୋଡି ଙ୍କ ମଧ୍ୟରୁ ୧ଯୋଡି ପୁଅ ଓ ଝିଅ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସିଦ୍ଧଳ ଗ୍ରାମର ହୋଇଥିବା ବେଳେ ଆଉ ଏକ ଯୋଡିର ପୁଅ ଘର ସଦର ଥାନା ଅନ୍ତର୍ଗତ ସରାମ୍ବୋ ଗ୍ରାମ ଓ ଝିଅ ଘର ନୟାଗଡ ଜିଲ୍ଲାର ବୋଲି ଜଣାଯାଇଛି। ଏଥି ସହିତ ଜଗତସିଂହପୁର ଏସଭିଏମ କଲେଜର ଜଣେ ଝିଅ ଥିବା ଜଣା ଯାଇଛି।
Video Player
00:00
00:00