ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ସିମେଣ୍ଟ ବ୍ୟବସାୟୀ କପିଲ ପ୍ରସାଦ ଅଗ୍ରୱାଲଙ୍କ ସିମେଣ୍ଟ ଗୋଦାମ, ବାସଭବନ, କାର୍ଯ୍ୟାଳୟ ଓ ଲରକିପାଲିସ୍ଥିତ ସିମେଣ୍ଟ ଗୋଦାମ ଘରେ ଏକକାଳୀନ ଜୀଏସଟି ବିଭାଗର ୨୫ ଜଣିଆ ଟିମ ଚଢ଼ଉ ଜାରି ରଖିଛି । ଦୀର୍ଘ ଦିନ ହେବ ସାମଗ୍ରୀ ଅଧିକ କିଣି ବିକ୍ରୟ କମ କରୁଥିବା କାଗଜ ପତ୍ରରେ ବ୍ୟବସାୟୀ ଜଣକ ଦର୍ଶାଉଥିବା ଜିଏସଟି ବିଭାଗ ଜାଣିବାକୁ ପାଇବା ପରେ ବିଭାଗୀୟ ନିର୍ଦ୍ଦେଶକ୍ରମେ ଚଢ଼ଉ କରିଥିଲେ । ଭବାନୀପାଟଣା ଓ ବଲାଙ୍ଗିରର ଜିଏସଟି ଏନଫୋର୍ସମେଣ୍ଟ ଟିମ ବିଭିନ୍ନ କାଗଜ ପତ୍ର ଜବତ କରିବା ସହ ପଚରାଉଚୁରା ଜାରି ରଖିଥିବା ସୂଚନା ମିଳିଛି । ଜିଏସଟି ବିଭାଗର ଡିଏସପି କିଶୋର ଚନ୍ଦ୍ର ମେହେର, ରଞ୍ଜନ ନାୟକ, ଜିତେନ୍ଦ୍ରୟୀ ବାଗ, ସରୋଜ ବେରିହା, ନୀଳାଦ୍ରି ବିହାରୀ ଧାଡ଼ିଆ, ଭବାନି ଶଙ୍କର ପଟେଲ, ଅଶ୍ୱିନୀ କୁମାର ପାଢ଼ୀ, ସମୀର ମାଝୀ, ପରେଶ୍ୱର ସାହୁ, ସୁଧାଂଶୁ ବେହେରା ଓ ଟଙ୍କଧର ସାହୁ ପ୍ରମୁଖ ସାମିଲ ହୋଇଛନ୍ତି ।