ସୁରତ କୋର୍ଟରେ ହାଜର ହେଲେ ରାହୁଲ, ଡିସେମ୍ବର ୧୦ରେ ପରବର୍ତ୍ତୀ ଶୁଣାଣି

ସୁରତ,ଏଜେନ୍ସି: ସବୁ ମୋଦୀ ସଜ୍ଞାଧାରୀ ବ୍ୟକ୍ତି ଚୋର କାହିଁକି ବୋଲି ବୟାନ ଦେଇ ମାନହାନୀ ମୋକଦ୍ଦମାରେ ସୁରତ କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହାଜର ହୋଇଛନ୍ତି। କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ସୂଚନା ଅନୁସାରେ ଗତ ସାଧାରଣ ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକର କୋଲାରରେ ରାଫେଲ, ପିଏନବି ଓ ଆଇପିଏଲ ଦୁର୍ନିତୀକୁ ନେଇ ରହୁଲ ସବୁ ମୋଦୀ କାହିଁକି ଚୋର ବୋଲି ମନ୍ତବ୍ୟ ଦେଇଥିଲେ। ରାହୁଲଙ୍କ ଏଭଳି ବୟାନକୁ ନେଇ ଗୁଜୁରାଟ-ସୁରତ ୱେଷ୍ଟର ବିଜେପି ବିଧାୟକ ପୁନେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟ ବିଏଚ୍ କାପାଡ଼ିଆ ଏ ନେଇ ରାହୁଲଙ୍କୁ ସମନ ଜାରି କରିଥିଲେ। ରାହୁଲଙ୍କ ଏଭଳି ମନ୍ତବ୍ୟ ମୋଦୀ ସମ୍ପ୍ରଦାୟଙ୍କୁ ଅପମାନ କରୁଛନ୍ତି ବୋଲି ପୁନେଶ କହିଛନ୍ତି।

ସେହିପରି ବ୍ୟକ୍ତିଗତ ହାଜିରାରୁ ସ୍ଥାୟୀ ଭାବେ ମୁକ୍ତି ପାଇବାକୁ ସେ ଆବେଦନ କରିଥିଲେ। ତାଙ୍କ ଆବେଦନର ଉତ୍ତର ଦେଇ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ବି ଏଚ୍‌ କପାଡ଼ିଆ ଡିସେମ୍ବର ୧୦ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି।