ହିଂସାଗ୍ରସ୍ତ ମଣିପୁର ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଛନ୍ତି । କିନ୍ତୁ ସ୍ଥାନୀୟ ପୁଲିସ ରାହୁଲଙ୍କୁ ଇମ୍ଫାଲ ଏୟାରପୋର୍ଟ ଆଗକୁ ଥିବା ବିଷ୍ଣୁପୁର ଚେକପୋଷ୍ଟ ପାଖରେ ରୋକି ଦେଇଛି । ସୁରକ୍ଷା ଦୃଷ୍ଟିରୁ ରାହୁଲଙ୍କ ଗାଡ଼ିକୁ ରୋକାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ୨ ଦିନିଆ ମଣିପୁର ଗସ୍ତରେ ଆଜି ଇମ୍ଫାଲ ପହଞ୍ଚିଛନ୍ତି । ଏହି ଯାତ୍ରା ସମୟରେ ଉଦ୍ଧାର ଶିବିର ମଧ୍ୟ ଯିବେ । ଏହାସହ ଇମ୍ଫାଲ ଓ ଚୁରାଚାନ୍ଦପୁରର ସିଭିଲ ସୋସାଇଟିର ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।