କେନ୍ଦ୍ର ସରକାରଙ୍କ କୋଭିଡ ରଣନୀତିକୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ କୋଭିଡ ମହାମାରୀ ରଣନୀତିକୁ ଶୁକ୍ରବାର କଟାକ୍ଷ କରିଛନ୍ତି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ। ତେବେ ସରକାର କେବଳ ଲକଡାଉନ ଲାଗୁ କରିବା ସହିତ ଘଣ୍ଟି ବଜାଇ ଓ ଭଗବାନଙ୍କ ରାମନାମ ଜପ କରି ଦେଶରେ କୋଭିଡ ପରିଚାଳନା କରୁଛନ୍ତି ବୋଲି ନିଜେ ଟୁଇଟ ଯୋଗେ ମୋଦୀ ସରକାରଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି।

ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି। ସରକାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ କୋଭିଡ ନିୟମ ମାନିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ରାହୁଲ ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣକୁ ଲକ୍ଷ୍ୟ କରି କହିଛନ୍ତି ଯେ ସରକାର ୩ଟି ପର୍ଯ୍ୟାୟରେ କୋଭିଡ ପରିଚାଳନା କରୁଛନ୍ତି। ପ୍ରଥମଟି ତୁଗଲକି(ଦିଲ୍ଲୀ ସୁଲତାନ) ଲକଡାଉନ, ଦ୍ୱିତୀୟରେ ଘଣ୍ଟ ବା ଥାଳି ପିଟିବା ଓ ତୃତୀୟରେ ଭଗବାନଙ୍କ ନାମ ନେବା।