ମତ୍ସ୍ୟଜୀବୀଙ୍କ ସହ ସମୁଦ୍ରରେ ବୁଡ଼ି ମାଛ ଧରିଲେ ରାହୁଲ, ଭିଡିଓ ଭାଇରାଲ

ତ୍ରିବେନ୍ଦ୍ରମ୍,ଏଜେନ୍ସି: ରାହୁଲ ଗାନ୍ଧୀଙ୍କ କେରଳ ଗସ୍ତ ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଗୋଟିଏ ବିବୃତ୍ତି ହେତୁ ବିରୋଧୀଙ୍କ ଟାର୍ଗେଟରେ ଆସିଥିବା ରାହୁଲ ଗାନ୍ଧୀ ବୁଧବାର ମତ୍ସ୍ୟଜୀବୀଙ୍କ ସହ ବହୁ ସମୟ ଅତିବାହିତ କରିଛନ୍ତି। ରାହୁଲ ଗାନ୍ଧୀ ଗତକାଲି କୋଲାମରେ ମତ୍ସ୍ୟଜୀବୀଙ୍କ ସହ ସମୁଦ୍ରରେ ବୁଡ଼ି ମାଛ ଧରିଛନ୍ତି। ଏଥିସହିତ ମତ୍ସ୍ୟଜୀବୀମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ କଂଗ୍ରେସ ଦଳ ସେମାନଙ୍କର ଆବଶ୍ୟକତାକୁ ନିର୍ବାଚନୀ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିବ। ରାହୁଲ ଗାନ୍ଧୀଙ୍କ ସମୁଦ୍ରକୁ ଡ଼େଇଁ ମାଛ ଧରିବା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେଠାରେ ଥିବା ମତ୍ସ୍ୟଜୀବୀମାନେ ମଧ୍ୟ ନିଜ ମଧ୍ୟରେ ଜଣେ ଲୋକପ୍ରିୟ କଂଗ୍ରେସ ନେତାଙ୍କୁ ପାଇ ଖୁସି ହୋଇଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କ ଚାହିଦା ଦଳର ଆଗାମୀ ବିଧାନସଭା ନିର୍ବାଚନର ମାନିଫେଷ୍ଟରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ପୂରଣ ହେବ।