ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯାଇଛି । ଲୋକସଭା ସଚିବାଳୟ ସଦସ୍ୟତା ରଦ୍ଦ କରିବା ସହ ବିଜ୍ଞପ୍ତି ଜାରି କରଛନ୍ତି । ମାର୍ଚ୍ଚ ୨୩ ତାରିଖରେ ସୁରଟର ଏକ ଅଦାଲତ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହ ୨ ବର୍ଷ କାରାଦଣ୍ଡାଦେଶ ଓ ୧୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ ।