କାଲି ପ୍ରାତଃଭୋଜନରେ ବିରୋଧୀ ଦଳ ନେତାଙ୍କୁ ଡାକିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନରେ ଜାରି ରହିଥିବା ହଙ୍ଗାମା ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କୁ ପ୍ରାତଃଭୋଜନରେ ଡାକିଛନ୍ତି। ଆସନ୍ତାକାଲି ୯.୩୦ ମିନିଟରେ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ହେବାକୁ ଥିବା ବୈଠକରେ କଂଗ୍ରେସର ସବୁ ସାଂସଦ ଉପସ୍ଥିତ ରହିବେ। ବିପକ୍ଷ ନେତାଙ୍କୁ ରାହୁଲ ଗାନ୍ଧୀଙ୍କ ତରଫରୁ ନିମନ୍ତ୍ରଣ ପଠାଯାଇଛି। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ବିପକ୍ଷର ଏକତା ଉପରେ ଜୋର ଦିଆଯିବ।