କେଦାରନାଥରେ ୨ ଭାଇଙ୍କ ସାକ୍ଷାତ

ହିମାଚଳ ପ୍ରଦେଶ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଧାର୍ମିକ ଯାତ୍ରା କରିବା ପାଇଁ କେଦାରନାଥରେ ଅଛନ୍ତି । ଅନ୍ୟପଟେ ତାଙ୍କ ଦାଦା ପୁଅ ତଥା ବିଜେପି ନେତା ବରୁଣ ଗାନ୍ଧୀ ମଧ୍ୟ କେଦାରନାଥରେ ପହଞ୍ଚିଛନ୍ତି । ଏହି ସମୟରେ ଦୁହେଁ ପହସ୍ପରକୁ ଭେଟିଥିବାବେଳେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ୨ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷ ପରେ ହୋଇଥିବା ଏହି ସାକ୍ଷାତକୁ ସଂଯୋଗବଶତଃ କୁହାଯାଉଛି ।

ସୂଚନାଯୋଗ୍ୟ, ବରୁଣ ଗାନ୍ଧୀ ୭ ତାରିଖ କେଦାରନାଥରେ ପହଞ୍ଚିଥିବାବେଳେ ରାହୁଲ ଗାନ୍ଧୀ ୫ ତାରିଖରୁ କେଦାରନାଥ ପହଞ୍ଚିଲେଣି । ସେଠାରେ ରାହୁଲଙ୍କୁ କେଦାର ସଭାର ଅଧ୍ୟକ୍ଷ ରାଜକୁମାର ତିୱାରୀ ଏବଂ ଅନ୍ୟ ପୁରୋହିତ ସ୍ୱାଗତ କରିଥିଲେ । ଏହି ସମୟରେ କେଦାରନାଥ ଆସିଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ରାହୁଲ ଭେଟିଥିଲେ ।