ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ୍

ଭାରତୀୟ ବାୟୁସେନାର ବହୁଦିନ ପ୍ରତିକ୍ଷାର ଅନ୍ତ ଘଟିଛି। ଫ୍ରାନ୍ସ ଠାରୁ ପ୍ରଥମ ରାଫେଲ ଜେଟ୍ ଭାରତୀୟ ବାୟୁସେନା ଗ୍ରହଣ କରିଛି। ଫ୍ରାନ୍ସରେ ବାୟୁସେନାର ଏକ ଟିମ୍ କୁ ଏହି ଫାଇଟର ଜେଟ୍ ହସ୍ତାନ୍ତର କରାଯାଇଛି। ଫାଇଟର ଜେଟ୍ ର ନାମ ଆରବି-୦୧। ପ୍ରାୟ ୧ ଘଣ୍ଟା ଧରି ଏୟାର ମାର୍ଶାଲ ଅଧିକାରୀ ବିକେ ଚୌଧୁରୀ ରାଫେଲରେ ଉଡିଥିଲେ। ୨୦୧୬ରେ ଫ୍ରାନ୍ସ ଠାରୁ ୩୬ଟି ରାଫେଲ କିଣିବା ନେଇ ଚୁକ୍ତି ହୋଇଥିଲା।