କଏଦୀ ହେବେ ରେଡ଼ିଓ ଜକି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜେଲ ସଂସ୍କାରରେ ପରିବର୍ତ୍ତନ ଆଣିବା ସହ କଏଦଙ୍କ ମନୋରଂଜନ ଲାଗି ଏଣିକି ପ୍ରତି ଜେଲରେ ରେଡ଼ିଓ ସେଣ୍ଟର ଖୋଲାଯିବ। ସେଠାରେ କଏଦୀମାନେ ରେଡ଼ିଓ ଶୁଣିବା ସହ ନିଜର ମନକଥା ଲୋକଙ୍କୁ କହିପାରିବେ। ଉକ୍ତ ରେଡ଼ିଓ ସେଣ୍ଟରରୁ କଏଦୀମାନେ ‘ରେଡ଼ିଓ ଜକି’ ଭାବେ ଲୋକଙ୍କ ସହ କଥା ହୋଇପାରିବେ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ଝାରପଡ଼ା ଓ କଟକର ଚୌଦ୍ୱାର ଜେଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜେଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜେଲ ବିଭାଗ ସ୍ୱତନ୍ତ୍ର ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।