ଓଟିଟିରେ ରିଲିଜ ହେଲା ‘ରାଧେ’: ଫ୍ୟାନ୍ସଙ୍କୁ ସଲମାନଙ୍କ ଅପିଲ, କହିଲେ ‘ନୋ ପାଇରେସି ପ୍ଲିଜ’

ମୁମ୍ବାଇ,ଏଜେନ୍ସି: ସଲମାନ ଖାନଙ୍କ ‘ରାଧେ’ ଫିଲ୍ମକୁ ନେଇ ଉତ୍ସାହିତ ଦର୍ଶକ। କୋରୋନା ସଙ୍କଟ ପାଇଁ ଫିଲ୍ମକୁ ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ କରାଯାଇଛି। ସେହିପରି ବିଶ୍ୱସ୍ତରରେ ଫିଲ୍ମକୁ ଉପଭୋଗ କରିପାରିବେ ସମସ୍ତେ। ଇତିମଧ୍ୟରେ ଡିଜିଟାଲ ପ୍ଲାଟଫର୍ମରେ ‘ରାଧେ’କୁ ଦେଖିବା ଏବଂ ମନୋରଞ୍ଜନ କ୍ଷେତ୍ରରେ ପାଇରେସି ନକରିବା ପାଇଁ ସଲମାନ ଏକ ସ୍ପେଶାଲ ଭିଡିଓ ସେୟାର କରି ସମସ୍ତଙ୍କୁ କହିଛନ୍ତି।

ସେ ଭିଡିଓରେ ଜଣାଇଛନ୍ତି ଯେ ଗୋଟିଏ ଫିଲ୍ମ ନିର୍ମାଣ କରିବା ପାଇଁ କେତେ ଲୋକ ଚେଷ୍ଟା କରନ୍ତି, ତେଣୁ ଯେତେବେଳେ କିଛି ଲୋକ ସେହି ଫିଲ୍ମକୁ ଉପଭୋଗ କରିବା ପାଇଁ ପାଇରେସି କରନ୍ତି ସେତେବେଳେ ମେକର୍ସଙ୍କୁ କ୍ଷତି ସହିବାକୁ ପଡେ। ତେଣୁ ‘ନୋ ପାଇରେସି ପ୍ଲିଜ’।

ପ୍ରକାଶ ଥାଉକି ସଲମାନ ଇଦରେ ‘ରାଧେ’ ରିଲିଜ କରିବା ପ୍ରତିଶୃତି ପୂରଣ କରିବାକୁ ଯାଉଛନ୍ତି। ସବୁ ବର୍ଷ ଇଦରେ ଫିଲ୍ମ ନେଇ ଫେରୁଥିବା ସଲମାନଙ୍କ କୌଣସି ଫିଲ୍ମ ଗତ ବର୍ଷ ଇଦରେ କେହି ଦେଖିପାରିନଥିଲେ। କାରଣ କରୋନା ପ୍ରକୋପ ପାଇଁ ‘ରାଧେ’ର ରିଲିଜକୁ ସ୍ଥଗିତ ରଖିଥିଲେ ମେକର୍ସ।