ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରବିଶଙ୍କର ପ୍ରସାଦ

ପାଟନା,ଏଜେନ୍ସି: ଶନିବାର ସନ୍ଧ୍ୟାରେ ପାଟନା ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ହେଲିକାପ୍ଟର ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ହେଲିକାପ୍ଟରର ଚପର ୱିଙ୍ଗ୍ସ ତାରରେ ବାଜିବାରୁ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ବିହାର ନିର୍ବାଚନା ପାଇଁ ପ୍ରଚାର କରିବାକୁ ଯାଇଥିଲେ। ତେବେ ଘଟଣା ଘଟିବା ସମୟରେ ସେ ହେଲିକାପ୍ଟରରୁ ଓହ୍ଲାଇ ସାରିଥିଲେ।