ଆର୍. ଭିନୀଲ କ୍ରିଷ୍ଣା ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ବଲୱନ୍ତ ସିଂ ହେଲେ ଓଏମସି ଏମଡି, ସମର୍ଥ ବର୍ମା ପୁରୀ ଜିଲ୍ଲାପାଳ

ଭୁବନେଶ୍ୱର, ଏନ୍ଏନ୍ଏସ୍: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଓଏମସିର ଏମଡି ଥିବା ୨୦୦୫ ବ୍ୟାଚ୍ ଆଇଏଏସ ଅଧିକାରୀ ଆର. ଭିନୀଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ସେ ରହିବେ।
ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ୨୦୦୭ ବ୍ୟାଚ ଆଇଏଏସ ଅଧିକାରୀ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ ବଦଳି କରାଯାଇ ତାଙ୍କୁ ଓଏମସି ଏମଡି ଭାବେ ଅବସ୍ଥାପିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଥିବା ୨୦୧୧ ବ୍ୟାଚ ଆଇଏଏସ ଅଧିକାରୀ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ରାୟଗଡ଼ା ପିଡି ଡିଆର୍ଡିଏ ଥିବା ଅମ୍ରିତ୍ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି। ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

ରାୟଗଡ଼ା ଜିଲ୍ଲାପାଳ ଥିବା ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି। ଏହାସହିତ ୨୦୧୦ ବ୍ୟାଚ୍ ଆଇଏଏସ୍ ମହମ୍ମଦ ସାଦିକ୍ ଆଲମଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଭୁବନେଶ୍ୱରର ସ୍ପେଶାଲ୍ ଏଡିଏମ୍ ତଥା ବିଏମସିର ଅତିରିକ୍ତ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପସଚିବ ଭାବେ ନିଯୁକ୍ତ କରାଯାଇଛି। ଖୋର୍ଦ୍ଧାର ସ୍ପେଶାଲ ଏଡିଏମ ଥିବା ବିଶାଳ ସିଂହଙ୍କୁ ଯାଜପୁର ପିଡି ଡିଆରଡିଏ ଭାବେ ନିଯୁକ୍ତି ମିଳିଛି।