ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଶ୍ନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ୫ଟିକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ଶାସନର ୨୦ବର୍ଷ ପରେ ଏବେ କାହିଁକି ସରକାର ୫ଟି ଆଣିଲେ ଓ ଏତେ ବର୍ଷ ଧରି ଏହି ନିୟମ କାହିଁକି ଲାଗୁ ହୋଇନଥିଲା ବୋଲି ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ ଜଣେ ବ୍ୟକ୍ତିକୁ କ୍ଷମତା ଦେବା ଦ୍ୱାର ଅନ୍ୟ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଛି।

ସେହିପରି ସ୍ୱାସ୍ଥ୍ୟ ଓ ଗୃହ ବିଭାଗରେ ଯଦି ୫ଟି ଲାଗୁ କରାଯଇଥାନ୍ତା ତେବେ କ’ଣ ସ୍ୱଚ୍ଛତା ଆସିନଥାନ୍ତା ବୋଲି ସେ କହିଛନ୍ତି। ସେଥିପାଇଁ କ୍ଷମତା ସମ୍ପର୍ଣ୍ଣ ବିଭାଗ କାହିଁକି ଗଠନ କରାଗଲା ସେ ପଚାରିଛନ୍ତି। ସେହିପରି ଆଇଏଏସ୍ ଟ୍ରେନିଂ ସମୟରେ ଏହି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥାଏ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ଏନେଇ ଅପରପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ।