୧୪ ନୁହେଁ ୨୧କୁ ବଢ଼ିଲା କ୍ୱାରେଣ୍ଟାଇନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଦ୍ୱାରା କ୍ୱାରେଣ୍ଟାଇନ ଅବଧି ବଢ଼ାଯାଇଛି। ପୂର୍ବରୁ କ୍ୱାରେଣ୍ଟାଇନ ଅବଧି ୧୪ ଦିନ ରହିଥିଲା କିନ୍ତୁ ଏହି ସମୟରେ ଲକ୍ଷଣ ଦେଖାଯାଉନଥିବାରୁ ଏବେ ଏହାକୁ ଆଉ ୭ ଦିନ ବୃଦ୍ଧି କରିଦିଆଯାଇଛି। ଅର୍ଥାତ୍ ଏବେ ଜଣେ ବ୍ୟକ୍ତି ୧୪ ଦିନ ପରିବର୍ତ୍ତେ ୨୧ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ। ୨୧ ଦିନ ପୁରିବା ପରେ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ।

ଏଥି ସହିତ ରାଜ୍ୟ ସରକାର କ୍ୱାରେଣ୍ଟାଇନ ପାଇଁ ପ୍ରେତ୍ସାହନ ଘୋଷଣା କରିଛନ୍ତି। କ୍ୱାରେଣ୍ଟାଇନରେ ରହୁଥିବା ଲୋକେ ଚାହିଁଲେ କାମ କରିପାରିବେ। ଏମାନେ ବଗିଚା କାମ ଓ ରଙ୍ଗ କାମ କରି ଦୈନିକ ୧୫୦ ଟଙ୍କା ପାରିଶ୍ରମିକ ପାଇପାରିବେ। ଏହି ୮ ଘଣ୍ଟାକୁ ଛାଡ଼ି ଆଉ ଅଧିକ ୪ ଘଣ୍ଟା କାମ କଲେ ବର୍ଦ୍ଧିତ ଆକାରରେ ଟଙ୍କା ଦିଆଯିବ। ସପ୍ତାହକୁ ଗୋଟିଏ ଦିନ ୨୪ ଘଣ୍ଟା କାମ କରିପାରିବେ ବୋଲି ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।