କଣ୍ଟେନମେଣ୍ଟ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଖଇରା,ଏନ୍ଏନ୍ଏସ୍: କରୋନା ଭୂ୍ତାଣୁ ଭୟରେ କେହି ଘରୁ ପଦାକୁ ବାହାରୁ ନଥିବା ବେଳେ ଆଜି ବାଲେଶ୍ୱରର ଏକ କଣ୍ଟେନମେଣ୍ଟ ଅଞ୍ଚଳରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ଭାଇରସକୁ ନିୟନ୍ତ୍ରଣ ପାଇଁ ସରକାର ଲକଡାଉନ ଘୋଷଣା କରିବା ସହିତ ସାମାଜିକ ଦୂରତାକୁ ବଜାୟ ରଖି ସମସ୍ଥ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ସେହିଭଳି କଣ୍ଟେନମେଣ୍ଟ ଅଞ୍ଚଳରେ ୨୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ଗଣ୍ଡଗୋଳ ଲାଗୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମହିଂସାମୁଣ୍ଡା ଗ୍ରାମରେ। ଘଟଣାରୁ ଜଣାଯାଏ ଗତ ୬ ତାରିଖରେ ଉକ୍ତ ପଞ୍ଚାୟତର ବାରିଙ୍ଗିଆ ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବାରିଙ୍ଗିଆ ସମେତ ମହିଁସାମୁଣ୍ଡା, ଚକାପଦା ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରାଯିବା ସହ ୮ଟି ରାସ୍ତାକୁ ବାଡ଼ବୁଜି ପ୍ରଶାସନ ସିଲ କରିଥିଲା। ଗତକାଲି ଏହି ବାଡ ବସାଇବାକୁ କେନ୍ଦ୍ରକରି ମହିଁସାମୁଣ୍ଡା ଗ୍ରାମରେ ୩ ପରିବାରଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ସୃଷ୍ଟିହୋଇଥିଲା।

ଏହି ମାରପିଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ଏବେ ଅଞ୍ଚଳରେ ବେସ୍ ଚର୍ଚ୍ଚାର ପରିସରକୁ ଆସିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।