ପଦକ ଆଡକୁ ଅଗ୍ରସର ହେଲେ ପିଭି ସିନ୍ଧୁ, ତୀରନ୍ଦାଜରେ ନିରାଶ କଲେ ତରୁଣଦୀପ

ଜାପାନ,ଏଜେନ୍ସି: ଟୋକିଓ ଅଲିମ୍ପିକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଦମଦାର ପ୍ରଦର୍ଶନ କରିଛନ୍ତି। ଅନ୍ୟ ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ ପରାସ୍ତ କରିଛନ୍ତି। ଫଳରେ ସିନ୍ଧୁଙ୍କଠାରୁ ପଦକ ଆଶା କରିଛି ଭାରତ।

ସେପଟେ ତୀରନ୍ଦାଜରେ ଭାରତ ଆଉ ଏକ ନିରାଶା ପାଇଛି। ଭାରତର ତରୁଣଦୀପ ରୟ ରାଉଣ୍ଡ ଅପ ୩୨ରୁ ବାହାରି ଯାଇଛନ୍ତି। ଇଟାଲୀ ଖେଳାଳିଙ୍କ ହାତରେ ତରୁଣଦୀପ ରୟଙ୍କୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତରୁଣଦୀପ ସକାଳେ ତାଙ୍କର ପ୍ରଥମ ମ୍ୟାଚ୍ ଜିତିଥିଲେ। କିନ୍ତୁ ତରୁଣଦୀପ ରୟ ତାଙ୍କର ବିଜୟ ଧାରା ଜାରି ରଖିପାରିନଥିଲେ।