ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଭୋଲୋଡିମିର ଜେଲେନସ୍କି

କିବ,ଏଜେନ୍ସି: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (ରବିବାର) ଫ୍ରାନ୍ସର ପ୍ରତିପକ୍ଷ ଇମାନୁଏଲ୍ ମାକ୍ରୋନଙ୍କ ସହ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଓ ରୁଷର ଆଭିମୁଖ୍ୟ ସମ୍ପର୍କରେ ଟେଲିଫୋନିକ ବାର୍ତ୍ତାଳାପ ହୋଇଛି।

ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ୟୁକ୍ରେନ, ଋଷ ଏବଂ ଓଏସ୍‌ସିଇ ସମେତ ତ୍ରିପାକ୍ଷିକ ଯୋଗାଯୋଗ ଗୋଷ୍ଠୀର ମିଳିତ ପ୍ରୟାସରେ ଆମେ ଶାନ୍ତି ଫେରାଇ ଆଣିବାକୁ ଚାହୁଁଛୁ।