ନୂଆଦିଲ୍ଲୀ: ନେପାଳ ନିର୍ବାଚନ ପରିଣାମ ଆସିବା ପରେ ୩୫ ଦିନରୁ ଜାରି ରହିଥିବା ଶାସନ ଗତିରୋଧ ଏବେ ଶେଷ ହୋଇଛି । ଏହିକ୍ରମେ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ପୁଣିଥରେ ନେପାଳର ପ୍ରଧାମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୁଷ୍ପ କମଲ ଦ୍ୱିତୀୟଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ପୁଷ୍ପ କମଲ ଦହଲ ପ୍ରଚଣ୍ଡ ପୁଣିଥରେ ନେପାଳର ଶାସନ ଭାର ସମ୍ଭାଳିବା ପରେ ରାଜନୈତିକ ଓ ସାମରିକ ପ୍ରସଙ୍ଗରେ ଭାରତର ସମସ୍ୟା ବଢ଼ିପାରେ । ପୁଷ୍ପ କମଲ ହେଉଛନ୍ତି ଜଣେ ବଡ଼ ଚୀନ ସମର୍ଥକ । ସେ ଚୀନର ପୂର୍ବତନ ମୁଖ୍ୟ ମାଓତସେ ତୁଙ୍ଗଙ୍କୁ ନିଜର ଆଦର୍ଶ ମାନିଥାନ୍ତି ।