ପୁରୁଷୋତ୍ତମ ଫେରିପାଇଲେ ଜିଲାପରିଷଦ ଅଧ୍ୟକ୍ଷ ପଦ

ରାୟଗଡ଼ା,ଏନ୍‍ଏନ୍‍ଏସ୍‍: ଗତ ଡିସେମ୍ବର ମାସରେ ରାୟଗଡ଼ା ଜିଲ୍ଲାଦୈରାଜଜ୍‍ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନକୁ କାୟମ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ଫଳରେ ପୁନର୍ବାର ପୁରୁଷୋତ୍ତମ ଗମାଙ୍ଗ ନିଜ ପଦବୀ ଫେରିପାଇବା ସହ ଆଜି ନିଜ ସମର୍ଥକଙ୍କ ସହ ଦୀର୍ଘ ୧୦ମାସ ପରେ ନିଜ କାର୍ଯ୍ୟାଳୟକୁ ଯାଇ କାମ ଆରମ୍ଭ କରିଛନ୍ତି।

ସୂଚନା ଯୋଗ୍ୟ ଯେ ୧୨ମାର୍ଚ୍ଚ ୨୦୧୭ ମସିହାରେ ତ୍ରିସ୍ତରୀୟ  ପଞ୍ଚାୟତ ନିର୍ବାଚନ ଅନ୍ତର୍ଗତ ଜିଲାପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ଏବଂ ବିଜେଡିର ଗଙ୍ଗାଧର ପୁଆଲା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ୨୨ ଜିଲାପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେପି ସପକ୍ଷରେ ୩ଟି ଭୋଟ ପଡ଼ିଥିବାବେଳେ ବିଜେଡିକୁ ମିଳିଥିଲା ୯ଟି ଭୋଟ ଏବଂ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ୧୦ଟି ଭୋଟ ପାଇ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତେବେ ଜିଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ସମୟରେ ଏଥର ସରକାର ନୂଆ ନିୟମ ପ୍ରଚଳନ କରିଥିଲେ। ଏହି ନିୟମ ବଳରେ ପ୍ରତ୍ୟେକ ରାଜନୈତିକ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ରହିବେ ଏବଂ ନିଜ ନିଜପର୍ଯ୍ୟବେକ୍ଷକଙ୍କୁ ଦେଖାଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାର ବିଧାନ ରହିଥିଲା।

ଯାହା ଫଳରେ ଗୁପ୍ତ ମତ ଦାନରେ ବ୍ୟାହତ ସାଙ୍ଗକୁ ସରକାରଙ୍କ ନିର୍ବାଚନ ନିୟମର ଖିଲାପ ଦର୍ଶାଇ ରାୟଗଡ଼ା ଯୋନ– ୨ ବିଜେଡି ଜିଲାପରିଷଦ ସଭ୍ୟ ଗଙ୍ଗାଧର ପୁଆଲା    ଜିଲ୍ଲା ଦୈାରାଜଜଙ୍କ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ତତ୍କାଳୀନ ନିର୍ବାଚନ ଅଧିକାରୀ ତଥା ପ୍ରକଳ୍ପନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରଥ ଏବଂ ଗଙ୍ଗାଧର ପୁଆଲାଙ୍କ ବୟାନ ରେକର୍ଡ଼ କରି ପୁରୁଷୋତ୍ତମଙ୍କୁ ନୋଟିସ କରିଥିଲେ। ମାତ୍ର ନୋଟିସ ସତ୍ତେ୍ୱ ପୁରୁଷୋତ୍ତମ କୋର୍ଟରେ ହାଜିର ନହେବାରୁ ମାନ୍ୟବର ଜିଲ୍ଲା ଦୈାରାଜଜ ବିଶ୍ୱଜିତ ଦାସ ପୁରୁଷୋତ୍ତମଙ୍କଜିଲାପରିଷଦ ଅଧ୍ୟକ୍ଷ ପଦ ରଦ୍ଦ କରିଥିଲେ। ତେବେ ଏନେଇ ପୁରୁଷୋତ୍ତମ ଗମାଙ୍ଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ନିଜ ରାୟରେ ତଳ କୋଟର ନିର୍ଦ୍ଦେଶକୁ ଖାରଜ କରିବା ସହ ଆସନ୍ତା ୨୫ତାରିଖରେ ନିଜ ପକ୍ଷ ତଳ କୋର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପୁରୁଷୋତ୍ତମ।