ପୁରୀ ଯୁବରାଜଙ୍କ ଫଟୋର ଗୁମର ଫିଟିଲା

ପୁରୀ,ଏନ୍ଏନ୍ଏସ୍: ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ନୂ୍ତନ ପୁରୀ ରାଜାଙ୍କ ଫୋଟର ପର୍ଦ୍ଦାଫାଶ ହୋଇଛି। ତବେ ନୂତନ ପୁରୀର ଗଜପତି କୁହାଯାଉଥିବା ଯୁବକ ଜଣଙ୍କ ପ୍ରକୃତରେ ସେ ହେଉଛନ୍ତି ନୀଳଗିରି ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜ। ଏ ନେଇ ପୁରୀ ରାଜ ନଅର ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି।

ସୂଚନା ଅନୁସାରେ ଏହି ଫଟୋଟି ୨୦୧୬ ମସିହାର। ତେବେ ନୀଳଗିରି ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଙ୍କ ନିର୍ବନ୍ଧ ସମୟରେ ଏହି ଫଟୋ ଉଠାଯାଇଥିଲା। ଏହି ଫଟୋରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ନୀଳଗିରିର ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ଓ ଢେଙ୍କାନାଳ ରାଜା ଉପସ୍ଥିତ ଅଛନ୍ତି। ତେବେ ଅତି ଚାଲାକିର ସହ ଢେଙ୍କାନାଳ ରାଜା ଓ ରାଣୀଙ୍କ ଫଟୋକୁ ଡିଲିଟ କରାଯାଇ ଏହି ଫଟୋକୁ ସୋଶାଲ୍ ମିଡିଆରେ ପୋଷ୍ଟ୍‌ କରାଯାଇଛି।

ଏନେଇ ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ କହିଛନ୍ତି, ଫଟୋଟି ମୋ ପୁଅର ନିର୍ବନ୍ଧ ସମୟର। ୨୦୧୬ ମସିହାରେ ଏହାକୁ ଉଠାଯାଇଥିଲା। କେହି ଢେଙ୍କାନାଳ ରାଜାଙ୍କ ଫଟୋକୁ ଡିଲିଟ୍ କରି ଫଟୋଟିକୁ ଭାଇରାଲ୍‌ କରିଥିବା ସେ କହିଛନ୍ତି।