ନିଷ୍ଠାପର କାମ ପାଇଁ ପୁରୀ ଭିଜିଲାନ୍ସ ଇନ୍ସିପେକ୍ଟର ପୁରସ୍କୃତ

କଠିନ ପରିଶ୍ରମ, ନିଷ୍ଠାପର ଓ ଜଣେ ଦାୟିତ୍ୱବାନ ଅଫିସର ଭାବେ ପୁରୀ ଭିଜିଲାନ୍ସ ଇନ୍ସିପେକ୍ଟର ମଦନ ମୋହନ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ମାନପତ୍ର ସହ ୨ହଜାର ଟଙ୍କାର ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି । ଗତ ସେପ୍ଟେମ୍ବର ୧୭ ତାରିଖରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ନିମାପଡା ଜଳଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ବିଶ୍ୱାଳ ନାମରେ ୧କୋଟି ୧୩ଲକ୍ଷରୁ ଅଧିକ ଆୟ ବର୍ହିଭୁତ ଟଙ୍କା ଜବତ କରାଯାଇଥିଲା । ତେବେ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏହି ବଡ ଧରଣର ଜାଲିଆତି ଧରାପଡିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି ।