ସ୍ୱର୍ଗଦ୍ୱାରକୁ ବାହାର ଜିଲ୍ଲାରୁ ଶବ ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ବାହାର ଜିଲ୍ଲାର ଶବକୁ ପୁରୀ ସ୍ୱର୍ଗଦ୍ୱାର ମନା। ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଅନ୍ୟ ଜିଲ୍ଲାର ଲୋକଙ୍କ ଶବଦାହ ପାଇଁ ବାରଣ କରିଛି ପୁରୀ ଜିଲ୍ଲା ପ୍ରାଶାସନ।
ଅଧିକରୁ ଅଧିକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ପୁରୀ ଆସୁଛନ୍ତି। ତେଣୁ ପୁରୀ ସହରରେ କୋଭିଡ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କୋଭିଡ ରୋଗୀ ଶବ ସଂସ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ଅସ୍ଥି ବିର୍ସଜନ ଉପରେ ମଧ୍ୟ କଟକଣା ଲାଗିପାରେ। ବିଶେଷକରି ମହୋଦଧିରେ ଅସ୍ଥି ବିର୍ସଜନ ଏବଂ ଶ୍ରାଦ୍ଧ କରିବାପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି। ତେଣୁ କୋଭିଡ ସମୟରେ ଏତେ ସଂଖ୍ୟାରେ ଲୋକଙ୍କୁ ଦୂରରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।