ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ଏଣିକି ବାହାର ଜିଲ୍ଲାର ଯେକୌଣସି ବ୍ୟକ୍ତିଙ୍କ ମୃତଦେହ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର ହୋଇପାରିବ। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ୟ ଜିଲ୍ଲାର ବ୍ୟକ୍ତିଙ୍କ ମୃତଦେହ ସତ୍କାର ପାଇଁ ସ୍ୱର୍ଗଦ୍ୱାରରେ ଲାଗୁ ହୋଇଥିବା କଟକଣା ହଟାଇ ଦିଆଯାଇଛି। ତେବେ ଶବ ସତ୍କାରବେଳେ କୋଭିଡ ଗାଇଡ ଲାଇନ ପାଳନ ଜରୁରୀ। ସ୍ୱର୍ଗଦ୍ୱାରକୁ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ ୨୦ଜଣରୁ ଅଧିକ ଯିବେନାହିଁ। ସ୍ୱର୍ଗଦ୍ୱାରରେ ମୃତଦେହ ସତ୍କାରବେଳେ ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ବଜାୟ ରଖିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।