ଆଜି ଦିନକ ପାଇଁ ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,ଏନ୍ଏନ୍ଏସ୍: ଗତ ୨୧ ତାରିଖ ଠାରୁ ପୁରୀ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରିପୋର୍ଟ ମୁକ୍ତ କରାଯାଇଥିଲା। ଏହି ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ବିନା କୋଭିଡ ନେଗେଟିଭ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ଦିର କମିଟି ନିଷ୍ପତ୍ତି ଅନୁସାରେ ପ୍ରତ୍ୟେକ ରବିବାର ଦିନ ମନ୍ଦିର ବନ୍ଦ ରହି ସାନିଟାଇଜ କରାଯିବ। ଆଜି ଏହି ନିଷ୍ପତ୍ତି ଅନୁସାରେ ସକାଳୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହି ମନ୍ଦିରକୁ ସାନିଟାଇଜ କରାଯାଉଛି। ତେବେ ଆସନ୍ତା କାଲିଠାରୁ ଭକ୍ତମାନେ ପୁଣି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।