ପୁରୀ ସେବାୟତଙ୍କୁ ହତ୍ୟା

ପୁରୀ,ଏନ୍‌ଏନ୍‌ଏସ୍‌: ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିିଛି ଦୁର୍ବୃତ୍ତ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ବାରବାଟୀ ନିକଟରେ ଗୁଳିକରି ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । କୃଷ୍ଣଚନ୍ଦ୍ର ସୁଆର ମହାସୁଆର ନିଯୋଗର ମଧ୍ୟ ସମ୍ପାଦକ ଥିଲେ ।

ଅନ୍ୟପଟେ ଉକ୍ତ ମାମଲାଟି ଚ୍ୟାଲେଞ୍ଜିଂ ଥିବା ପୁରୀ ଏସପି କନୱାର ବିଶାଇ ସିଂ କହିଛନ୍ତି । ଅଭିଯୁକ୍ତକୁ ଧରିବା ଉପରେ ଏବେ ସବୁଠୁ ଅଧିକ ଧ୍ୟାନ ଦେଉଛୁ । ଅଭିଯୁକ୍ତକୁ ଧରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଅଧିକ କିଛି କହି ହେବନି ବୋଲି ଏସପି ସ୍ପଷ୍ଟ କରିଛନ୍ତି ।